ବାଲିଘାଟ ବିବାଦ ସମାଧାନ ପାଇଁ ପ୍ରଶାସନର ପଦକ୍ଷେପ

ହାଟଡିହୀ,୨୯ା୧(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ଆମ୍ବୋ-କରଗୋଳା ବୈତରଣୀ ନଦୀ ବାଲି ଘାଟ ବିବାଦ ସମାଧାନ କରିବାରେ ପ୍ରଶାସନ ପଦକ୍ଷେପ ନେଇଛି। ବାଲିଘାଟ ତହସିଲ ତରଫରୁ ୫ ବର୍ଷ ଲିଜ ସୂତ୍ରରେ ଦିଆଯାଇଛି ା ଗତ ୨୦୧୯ ମାର୍ଚ୍ଚ ମାସରୁ କରଗୋଳା ଗ୍ରାମର କିଛି ଲୋକଙ୍କ ବିରୋଧ ପାଇଁ ବାଲିଘାଟ ବନ୍ଦ ହୋଇ ରହିଥିଲା। ଲୋକଙ୍କ ଅଭିଯୋଗକୁ ବିଚାର କରାଯାଇ ପ୍ରଶାସନିକ ଅଧିକାରୀ ମାନେ ବହୁବାର ଘଟଣାସ୍ଥଳ ତଦନ୍ତ କରିଥିଲେ। ପ୍ରାୟ ୧୩ ଏକର ପରିମିତ ବାଲିଘାଟ ଏରିଆ ତହସିଲ ତରଫରୁ ମାପଚୁପ ହୋଇଥିଲେ ବି କିଛି ଲୋକ ବାଲି ଉଠାଣ ଓ ପରିବହନକୁ ଜୋର ଜବରଦସ୍ତ ବନ୍ଦ କରୁଛନ୍ତି। ଲିଜଧାରୀ ବାଇଧର ପହି ବିଭିନ୍ନ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ ା କୌଣସି ଯଥାଯଥ କାରଣ ନ ଥାଇ କିଛି ଲୋକଙ୍କ ଏପରି କାର୍ଯକଳାପ ଦିଗରେ ପ୍ରଶାସନ ପଦକ୍ଷେପ ନେଇଛି। ୩୨ ଜଣଙ୍କ ନାମରେ ୧୦୭ ମାମଲା ଦାୟର ହୋଇଛି। ମଙ୍ଗଳବାର ଘାଟରୁ ବାଲି ଉଠାଣ ହୋଇଛି ା କେତେକ ମହିଳା ଓ ପୁରୁଷ ବାଲି ଉଠାଣକୁ ବିରୋଧ କରିଥିଲେ ା ଫଳରେ ଉପଖଣ୍ଡ ଅଧୀନ ବିଭିନ୍ନ ଥାନାର ଅଧିକାରୀ,୨ ପ୍ଲାଟୁନ ଫୋର୍ସ, ତହସିଲଦାର, ଆରଆଇ ବାଲିଘାଟରେ ପହଞ୍ଚିଥିଲେ। ୫ଜଣ ବିରୋଧକାରୀଙ୍କୁ ଥାନାରେ ଅଟକ ରଖାଯାଇଛି। କିଛି ସମୟ ପାଇଁ ପୋଲିସ ଓ ଜନତା ମଧ୍ୟରେ ମୁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ସନ୍ଧ୍ୟା ହେବାରୁ ଲୋକମାନେ ପୋଲିସ ଓ ଫୋର୍ସ ଗାଡିକୁ ଟେକା ପଥର ଫିଙ୍ଗି ଭଙ୍ଗାରୁଜା କରିଛନ୍ତି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଏଥିରେ କେତେକ ଖବରଦାତାଙ୍କ ଗାଡ଼ି ମଧ୍ୟ ଭଙ୍ଗାରୁଜା ହୋଇଛି।