ବାଲିପାଟଣାରେ ରଥଯାତ୍ରା

ବାଲିପାଟଣା,୫।୭(ଡି.ଏନ୍‌.ଏ.): ବାଲିପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବାଲିପାଟଣା ହାଟରେ ନିର୍ମିତ ଜଗନ୍ନାଥ ମନ୍ଦିରରୁ ଶ୍ରୀ ବିଗ୍ରହ ପହଣ୍ଡି ହୋଇ ମଧ୍ୟାହ୍ନରେ ରଥକୁ ଆସିଥିଲେ। ମହାରାଜ ସୁକଦେବ ଜେନାମଣି ଛେରାପହଁରା କରିଥିଲେ। ମନ୍ତ୍ରୀ ଗୁରୁପ୍ରସାଦ ମିଶ୍ର ପହଣ୍ଡିରେ ସାମିଲ ହୋଇଥିଲେ। ସାରଥୀ ମାଗୁଣି ରଣା କାର୍ଯ୍ୟ ସମ୍ପାଦନ କରି ମଉଣିଆ ଗୀତ ଗାନ କରିିଥିଲେ। ଅପରାହ୍ନ ୪ଟାରେ ରଥ ଟାଣିବା ଆରମ୍ଭ ହୋଇଥିଲା। ଶତାଧିକ ଭକ୍ତ ରଥ ଟାଣି ବାଲିପାଟଣା ଛକଠାର ପହଞ୍ଚାଇଥିଲେ। ସନ୍ଧ୍ୟା ୬ଟା ୩୦ରେ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚତ୍ଥିଲେ। ବାଲିପାଟଣା ଥାନା ଏସଆଇ ନୟନା ଦେବୀଙ୍କ ତତ୍ତ୍ୱାବଧାନରେ ପୋଲିସ ପ୍ରଶାସନ ଶୃଙ୍ଖଳା ରକ୍ଷା କରିଥିଲେ। ସେହିପରି କିଆଯୋରୀ, ବିଶ୍ୱନାଥପୁର, ସରାଟ, ଗୋବିନ୍ଦପୁର, ବନମାଳୀପୁର, ଅଠାନ୍ତର, ତୁରିନ୍ତିରା, ନରିଶ, ସୋମଣାରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି।

Share