ବାଲିମେଳାରେ ଅବକାରୀ ଚଢ଼ାଉ: ବିପୁଳ ପରିମାଣର ଚୋରା ବିଦେଶୀ ମଦ ଜବତ, ଜଣେ ଗିରଫ

କୋରୁକୋଣ୍ଡା,୪।୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ବାଲିମେଳା ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା। ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ ଅଶୋକ ସେଠ୍‌ଙ୍କ ନିର୍ଦ୍ଦେଶକ୍ରମେ ଚିତ୍ରକୋଣ୍ଡା ଠାରେ ବୁଧବାର ସକାଳୁ ଏହି ଚୋରା ବିଦେଶୀ ମଦ କାରବାରକୁ ଅବକାରୀ ବିଭାଗ ଚଢ଼ାଉ କରିବାରେ ସକ୍ଷମ ହୋଇଛି। ଏଏସ୍‌ଆଇ ଦିନେଶ କୁମାରଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇ ଏହି ଚଢ଼ାଉ କରାଯାଇଥିଲା। ଏଥିରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିଙ୍କ ନାମ ହେଲା ରାକେଶ ସିଂ। ଗିରଫ ବେଳେ ତାଙ୍କ ନିକଟରୁ ବିଭନ୍ନ କମ୍ପାନୀର ୨୨.୫୦୦ ଲିଟର ବିୟର ଓ ୨୨.୫୦୦ ଲିଟର ବିଦେଶୀ ମଦ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୫୦ ହଜାର ହେବ ବୋଲି ଅବକାରୀ ବିଭାଗ ଓଆଇସି ଜଗା ରାଓ ସୂଚନା ଦେଇଛନ୍ତି।