Categories: ରାୟଗଡା

ବାଲିମେଳାରେ କାର୍‌ଗିଲ ବିଜୟ ଦିବସ: ଚିତାପରି ଗ୍ରାମଠାରୁ ବାଲିମେଳା ମିନି ଷ୍ଟାଡିୟମ ପର୍ଯ୍ୟନ୍ତ ମିନି ମାରାଥନ

କୋରୁକୋଣ୍ଡା,୨୧।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ବାଲିମେଳାରେ ସୀମା ସୁରକ୍ଷା ବାହିନୀ ୧୪୪ ବାଟାଲିୟନ ପକ୍ଷରୁ ରବିବାର ସକାଳେ କାର୍‌ଗିଲ ବିଜୟ ଦିବସ ପାଳନ କରାଯାଇଛି। ଚିତାପରି-୩ ଗ୍ରାମ ନିକଟରୁ ସୁରକ୍ଷା ବାହିନୀର ସମସ୍ତ ଯବାନଙ୍କ ସହ ବାଲିମେଳା ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ର ସଧାରଣ ଜନତାଙ୍କୁ ନେଇ ଏକ ମିନି ମାରାଥନ ହୋଇଥିଲା ା ଏଥିରେ ଚିତାପରି ଗ୍ରାମଠାରୁ ବାଲିମେଳା ମିନି ଷ୍ଟାଡିୟମ ପର୍ଯ୍ୟନ୍ତ ଦୌଡ ପ୍ରତିଯୋଗିତା କରାଯାଇଥିଲା । ଏଥିରେ ୫ ଛାତ୍ରଙ୍କୁ ପୁରସ୍କୃତ କରାଯାଇଛି। ସେମାନେ ହେଲେ ହଳଧର ପାଙ୍ଗି ପ୍ରଥମ, ସଞ୍ଜୟ ଖରା ଦ୍ୱିତୀୟ, ମୁନା ପଡିୟାମି ତୃତୀୟ, ସୋମନାଥ ଡ୍ର।ଲି ଚତୁର୍ଥ ଓ ପଞ୍ଚମ ସ୍ଥାନ ଅଧିକାର କରିଥିଲେ ଲକ୍ଷ୍ମଣ ପୁଟିଆ। ଏମାନଙ୍କୁ ସୀମା ସୁରକ୍ଷା ବାହିନୀର କମାଣ୍ଡାଣ୍ଟ ଓ ସମସ୍ତ ଅଧିକାରୀମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥି ସହିତ ଆଗାମୀ ଦିନରେ ସୁରକ୍ଷା ବାହିନୀ ପକ୍ଷରୁ ଗ୍ରାମରେ ସ୍ବାସ୍ଥ୍ୟ ସେବା ସହ କ୍ୟାମ୍ପ ପରିସର ମଧ୍ୟରେ ସୁରକ୍ଷା ବାହିନୀର ଯୁଦ୍ଧ ଯନ୍ତ୍ରାଂଶ ପ୍ରଦର୍ଶନ ସାଧାରଣ ଲୋକଙ୍କ ପାଇଁ କରାଯିବାର କାର୍ଯ୍ୟକ୍ରମ ରହିଛି।