ବାଲିମେଳାରେ ଭାଲୁ ଆତଙ୍କ

କୋରୁକୋଣ୍ଡା,୨୪।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ବାଲିମେଳା ଚିତ୍ରକୋଣ୍ଡା ଛକ ନିକଟରେ ଗତ ତିନି ଦିନ ଧରି ୩ ଭାଲୁ ଆତଙ୍କ ଖେଳାଇଛନ୍ତି। ଫଳରେ ସନ୍ଧ୍ୟା ୫ଟା ପରଠାରୁ ଉକ୍ତ ଛକରୁ ବାଲିମେଳା ଛକ ପର୍ଯ୍ୟନ୍ତ ରାସ୍ତାରେ ଯାତାୟାତ ସମ୍ଭବପର ହେଉନାହିଁ। ତେବେ ପ୍ରଥମେ ବାଲିମେଳା ବନ ବିଭାଗର ସ୍ବତନ୍ତ୍ର ଟିମ୍‌ ଗୋଟିଏ ଭାଲୁକୁ ଯନ୍ତା ସାହାଯ୍ୟରେ ଧରି ଚିତ୍ରକୋଣ୍ଡା ଜଙ୍ଗଲରେ ଛାଡ଼ିଥିଲେ। ହେଲେ ଶୁକ୍ରବାର ସନ୍ଧ୍ୟାରୁ ଭାଲୁଙ୍କ ଆତଙ୍କ ବଢ଼ିବାରେ ଲାଗିଛି। ଖବର ପାଇ ବାଲିମେଳା ବନାଞ୍ଚଳ ଅଧିକାରୀ ସୁଶାନ୍ତ କୁମାର ଦଳାଇଙ୍କ ନେତୃତ୍ୱରେ ଦଶଜଣିଆ ଟିମ୍‌ ରାତିରୁ ଭାଲୁକୁ ଧରିବାକୁ ପ୍ରୟାସ ଜାରି ରଖିଛନ୍ତି।