ବାଲିମେଳାସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରାବାସରେ ଅବ୍ୟବସ୍ଥା: ଶଯ୍ୟା ନ ଥିବାରୁ ତଳେ ଶୋଉଛନ୍ତି ୧୦୦ରୁ ଊର୍ଦ୍ଧ୍ୱ ଛାତ୍ର, ନିର୍ମାଣର ୨ ବର୍ଷରେ ଛାତରୁ ଗଳୁଛି ପାଣି

କୋରୁକୋଣ୍ଡା,୨୫।୮(ଡି.ଏନ୍‌.ଏ): ମାଲକାନଗିରି ଜିଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ ଥିବା ଛାତ୍ରାବାସରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ଉକ୍ତ ଛାତ୍ରାବାସରେ ମୋଟ ୩୩୦ ପିଲା ରହୁଥିବାବେଳେ ଶଯ୍ୟାର ବନ୍ଦୋବସ୍ତ ନ ଥିବା ଯୋଗୁ ପିଲାମାନେ ତଳେ ଶୋଉଛନ୍ତି। ଛାତ୍ରାବାସ ଆରମ୍ଭ ହେବାର ଦୀର୍ଘ ୨ ବର୍ଷ ବିତିଯାଇଥିଲେ ସୁଦ୍ଧା ୧୦୦ରୁ ଊର୍ଦ୍ଧ୍ୱ ପିଲା ଏଯାବତ ତଳେ ଶୋଉଥିବା ଅଭିଯୋଗ ହୋଇଛି। ଏପରିକି ନୂଆ କରି ହୋଇଥିବା ଛାତ୍ରାବାସ ଛାତରୁ ପାଣି ଗଳିବା ଆରମ୍ଭ କଲାଣି। ଏବେ ବର୍ଷାଦିନ ଚାଲିଥିବା ଯୋଗୁ ତଳେ ଶୋଉଥିବା ପିଲାମାନଙ୍କ ଉପରେ ପାଣି ପଡ଼ୁଛି। ଫଳରେ ସେମାନେ ଶୋଇପାରୁ ନ ଥିବା ଛାତ୍ରମାନେ ଅଭିଯୋଗ କରିଛନ୍ତି।
ଏନେଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଜୟ କୁମାର ନାୟକଙ୍କୁ ପଚାରିବାରୁ,୧୮୦ ଶଯ୍ୟା ପାଇଁ ଲିଖିତ ଅଭିଯୋଗ କରିଛୁ। ଖୁବ୍‌ଶୀଘ୍ର ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି ସେ କହିଛନ୍ତି।