ବାଲିମେଳା ଡ୍ୟାମ୍‌ର ଜଳପତ୍ତନ ୧୫୧୩ ଫୁଟ ଛୁଇଁଲା

ଚିତ୍ରକୋଣ୍ଡା,୩୦।୯(ଡି.ଏନ୍‌.ଏ.) : ମାଲକାନଗିରି ଜିଲା ଚିତ୍ରକୋଣ୍ଡା-ବାଲିମେଳା ମାଟିବନ୍ଧରେ ଜଳଧାରଣ କ୍ଷମତା ୧୫୧୬ ଫୁଟ ରହିଥିବା ବେଳେ ବିପଦସଂକେତ ପାଇଁ ସର୍ବାଧିକ ଜଳପତ୍ତନ ୧୫୧୮ ଫୁଟ ରହିଛି। କିନ୍ତୁ ସୋମବାର ମଧ୍ୟାହ୍ନ ସୁଦ୍ଧା ୧୫୧୩ ଫୁଟ ପାଣି ରହିଥିବା ଦେଖିବାକୁ ମିଳିଛି। ଗେଟ୍‌ ଖୋଲାଯିବାର କୌଣସି ପ୍ରାକ୍‌ ସୂଚନା ମିଳିନାହିଁ। ସ୍ଲୁଇଟ୍‌ଗେଟ୍‌ରେ ପାଣି ଛଡ଼ା ଯାଉଥିଲେ ମଧ୍ୟ ଜଳସ୍ତର ବଢ଼ିବାରେ ଲାଗିଛି। ଚିତ୍ରକୋଣ୍ଡା ଅଞ୍ଚଳରେ ଲଗାଣ ବର୍ଷା ହୋଇ ମଧ୍ୟ ଜଳସ୍ତର ବଢ଼ି ନ ଥିଲl ମାତ୍ର ମାଛକୁଣ୍ଡ ପାଣି ଛାଡ଼ିବା ପରେ ଜଳସ୍ତର ଧୀରେ ଧୀରେ ବଢ଼ିବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ସ୍ଲୁଇସ୍‌ ଗେଟକୁ ଛାଡ଼ିଦେଲେ କୌଣସି ଗେଟ୍‌ ଚିତ୍ରକୋଣ୍ଡା-ବାଲିମେଳା ଡ୍ୟାମ ପ୍ରକଳ୍ପ ତରଫରୁ ଖୋଲା ଯାଇନାହିଁ।