ବାଲିମେଳା ଡ୍ୟାମ୍‌ର ୨ ଗେଟ୍‌ ଖୋଲିଲା

ଚିତ୍ରକୋଣ୍ଡା,୨୭ା୧୦(ଡି.ଏନ୍‌.ଏ.): ଚିତ୍ରକୋଣ୍ଡା-ବାଲିମେଳା ଡ୍ୟାମ୍‌ରେ ଜଳସ୍ତର ୧୫୧୬ ଫୁଟ ରହିବା ପରେ ରବିବାର ସକାଳ ୮ଟା ୪୦ରେ ସ୍ଲୁଇସ୍‌ ଗେଟ୍‌କୁ ଛାଡ଼ି ୨ଟି ଗେଟ୍‌ ଖୋଲାଯାଇଛି। ଏଥିରେ ବର୍ତ୍ତମାନ ପ୍ରତି ସେକେଣ୍ଡ ପିଛା ୮୦୦୦ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି। ଗତ ଏକ ସପ୍ତାହ ଧରି ଡ୍ୟାମ୍‌ର ଜଳ ପତନ ବିପଦସଙ୍କେତ ଛୁଇଁବା ପରେ ଜିଲା ପ୍ରଶାସନ ତରଫରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଦୁଇ ଦିନ ହେଲା ଚିତ୍ରକୋଣ୍ଡା ଅଞ୍ଚଳର ସମସ୍ତ ଜନସାଧାରଣ ଓ ମତ୍ସ୍ୟଜୀବୀଙ୍କୁ ଜଳଭଣ୍ଡାର ନଦୀକୁ ଯିବା ପାଇଁ ବାରଣ କରାଯାଇଥିଲା। ଏହାପରେ ରବିବାର ସକାରେ ୨ଟି ଗେଟ୍‌ ଖୋଲାଯାଇଥିଲା। ଏହି ସମୟରେ ବାଲିମେଳା ଡ୍ୟାମ୍‌ ନିର୍ବାହୀ ଯନ୍ତ୍ରୀ କବି ପ୍ରସାଦ ନାଥ, ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ରନାଥ ଦାଶ, ଏସ୍‌ଡିଓ ଉମାଶଙ୍କର ସାହୁ, ଯନ୍ତ୍ରୀ ଗଦାଧର ପ୍ରଧାନ, କେଶି ପାଣି, ତ୍ରିଲୋଚନ ସେଠୀ ଉପସ୍ଥିତ ଥିଲେ।

Share