କୋରୁକୋଣ୍ଡା,୩୧।୮(ଡି.ଏନ୍.ଏ): ରାଜ୍ୟବ୍ୟାପୀ ସ୍ବାୟତ୍ତ ଶାସନ ଦିବସ ଶନିବାର ପାଳନ ହେଉଥିବା ବେଳେ ମାଲକାନଗିରି ଜିଲା ବାଲିମେଳା ପୌରପରିଷଦରେ ଏହା ଧୁମ୍ଧାମ୍ରେ ପାଳିତ ହୋଇଯାଇଛି । ଏହି ଅବସରରେ ନବରଙ୍ଗପୁର ଏମ୍ପି ରମେଶ ମାଝି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଆଦିବାସୀ ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି, ମାଲକାନଗିରି ପୂର୍ବତନ ଅଧ୍ୟକ୍ଷ ରାଜବନ୍ତ କୌର, କାର୍ଯ୍ୟନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥଙ୍କ ସମେତ ପୌରପରିଷଦ କର୍ମଚାରୀ, ବହୁ ବିଜେଡି ନେତା ଓ ଜନସାଧାରଣ ଯୋଗ ଦେଇଥିଲେ ।