ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦାବି: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରତିନିଧି ମଣ୍ଡଳୀ

କଟକ ଅଫିସ, ୨ା୧୧: କଟକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିବା ଦାବିରେ ଏକ ପ୍ରତିନିଧି ମଣ୍ଡଳୀ ଶୁକ୍ରବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ସହରର ପ୍ରମୁଖ ସଙ୍ଗଠନର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏହି ସମୟରେ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, କଟକ ମହାନଗର ନାଗରିକ ମହାସଭାର ସଭାପତି ଡା. ରବି ରଞ୍ଜନ ସାହୁ, କଟକ ବଞ୍ଚାଅ କମିଟିର ଆବାହକ ସୁବାସ ସିଂହ, ଜୀବନବିନ୍ଦୁ କାର୍ଯ୍ୟକ୍ରମର କଟକ ଜିଲା ଆବାହକ ରଞ୍ଜନ ବିଶ୍ୱାଳ, ଶିକ୍ଷାବିତ୍‌ ଡ. ପାବକ କାନୁନ୍‌ଗୋ ପ୍ରମୁଖ ଉପସ୍ଥିତ ଥିଲେ।

Share