ବାଲିଯାତ୍ରାରେ ସାହିତ୍ୟ, ସଂସ୍କୃତି, ବିଜ୍ଞାନକୁ ନେଇ ଚର୍ଚ୍ଚା

କଟକ ଅଫିସ, ୧୯ା୧୧: ଐତିହାସିକ ବାଲିଯାତ୍ରାର ସୋମବାର ଥିଲା ସପ୍ତମ ଦିବସ। ବାଲିଯାତ୍ରା ସରି ଆସୁଥିବାବେଳେ ଲୋକଙ୍କ ଭିଡ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ସନ୍ଧ୍ୟାରେ ବାଲିଯାତ୍ରାରେ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା। ଲୋକମାନେ ଚଟ୍‌ପଟି ଖାଦ୍ୟ ଖାଇବା ସାଙ୍ଗକୁ ବିଭିନ୍ନ ଜିନିଷ କିଣାକିଣି କରିଥିଲେ। ସୋମବାର ସନ୍ଧ୍ୟାରେ ଚଳିତବର୍ଷ ନୂତନ ଭାବେ ପ୍ରସ୍ତୁତ ହୋଇଥିବା ମୋ କଟକ ପାଭିଲିୟନ ସଭାଗୃହରେ ସୋମବାର ସାହିତ୍ୟ-ବିଜ୍ଞାନ, ସଂସ୍କୃତିକୁ ନେଇ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହାକୁ ଜିଲାପାଳ ଭବାନୀ ଶଙ୍କର ଚୟନୀ ଉଦ୍‌ଘାଟନ କରି କବିତା ‘ମହଲତ’, ‘ଅଳି, ଅଝଟ, ଦୁଷ୍ଟାମୀ’ ପାଠ କରିବା ସହିତ ବିଜ୍ଞାନର ବିକାଶ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିରେ ସାହିତି୍ୟକ ବାବାଜୀ ଚରଣ ପଟ୍ଟନାୟକ, ପ୍ରଫେସର ନଟବର ଶତପଥୀ, ଜିଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା ଓ ବିଶିଷ୍ଟ ବିଜ୍ଞାନ ଲେଖକ ଡ. ପ୍ରମୋଦ ମହାପାତ୍ର ଉପସ୍ଥିତ ଥିଲେ। ବିଜ୍ଞାନର ନୂତନ ଆବିଷ୍କାର ସମ୍ପର୍କରେ ସୂଚନା ଦେବା ସହିତ ସମସ୍ତେ ବିଜ୍ଞାନ ମନଷ୍କ ହେବାର ଆବଶ୍ୟକତା ରହିଛି ବୋଲି ଡ. ମହାପାତ୍ର କହିଥିଲେ। ସାଧାରଣ ଲୋକ ବିଜ୍ଞାନ ତଥ୍ୟ ସମ୍ପର୍କରେ ସଚେତନ ହୋଇପାରିଲେ ଜୀବନ ସୁଖମୟ ଓ ରୋଗମୁକ୍ତ ହୋଇପାରିବ ବୋଲି ଅନ୍ୟତମ ବକ୍ତା ଅନସୂୟା ମିଶ୍ର କହିଥିଲେ। ସାହିତି୍ୟକ ବିଜୟ କୁମାର ରାଉତ ସ୍ବାଗତ ଭାଷଣ ଦେଇଥିଲେ। ଡ. ବସନ୍ତ କୁମାରୀ ନନ୍ଦ ଓ ବିଜୟ କୁମାର ନାଥ କବିତା ସଂଯୋଜନା କରିଥିଲେ। ପ୍ରଫେସର ସଞ୍ଜୟ ଶତପଥୀ, ଦେବରାଜ ମିଶ୍ର, ସୁଲୋଚନା ଦାଶ, ଅଙ୍କିତା ରାଉତ, ଶରତ ଚନ୍ଦ୍ର ମହାନ୍ତି, ସରିତା ଦାସ, ସରୋଜିନୀ ରାଉତରାୟ ପ୍ରମୁଖ କବିତା ପାଠ କରିଥିଲେ।

 

 

Share