ବାଲିଯାତ୍ରା ପାଇଁ ବାଲି ସଂଗ୍ରହ

ବୋରିଗୁମ୍ମା, ୨୩ା୧ (ଡି.ଏନ୍‌.ଏ.) ବୋରିଗୁମ୍ମା ଐତିହାସିକ କୃଷି ପର୍ବ ବାଲିଯାତ୍ରା ନିମନ୍ତେ ବୁଧବାର ବାଲି ସଂଗ୍ରହ କରାଯାଇଛି। ଅବିଭକ୍ତ କୋରାପୁଟ ଜିଲାରେ ଏହି ପର୍ବର ଏକ ସ୍ବତନ୍ତ୍ର ପରିଚୟ ରହିଛି। ଏଠାରେ ପ୍ରତିବର୍ଷ ମାଘ ମଣ୍ଢେଇ ଆୟୋଜିତ ହେଉଥିବା ବେଳେ ପ୍ରତି ତିନିବର୍ଷକୁ ଥରେ ବାଲିଯାତ୍ରା ହୋଇଥାଏ। ଚଳିତ ବର୍ଷ ବୁଧବାର ବାଲିଯାତ୍ରା ପାଳିତ ହେଉଥିବା ବେଳେ ଆସନ୍ତା ୩୧ ତାରିଖରେ ମାଘ ମଣ୍ଢେଇ ପାଳିତ ହେବ ା ଏଥିପୂର୍ବରୁ ପୁରାତନ ପରମ୍ପରା ଅନୁଯାୟୀ ପୁରୁଣା ବୋରିଗୁମ୍ମା ବାଲିଘରରୁ ଏକ ଶୋଭାଯାତ୍ରାରେ ଶତାଧିକ ଶ୍ରଦ୍ଧାଳୁ ସ୍ଥାନୀୟ ଭୈରବ ମନ୍ଦିର ନିକଟସ୍ଥ ପାହାଡ ପାଦଦେଶରୁ ବାଲି ଚାଙ୍ଗୁଡି ନେଇ ବାଲିଗୃହଠାରେ ପହଞ୍ଚିଥିଲେ। ଉକ୍ତ ବାଲି ଚାଙ୍ଗୁଡିରେ ବିିଭିନ୍ନ କିସମର ବିହନ ରଖାଯାଇଥିଲା ା ତାହାକୁ ପୁରୁଣା ବୋରିଗୁମ୍ମା ବାଲିଗୃହରେ ରଖାଯାଇ ପୂଜାର୍ଚ୍ଚନା କରାଯାଏ। ଏହି ବାଲିଯାତ୍ରାରେ ହଜାର ହଜାର ଲୋକ ପାରମ୍ପରିକ ବାଜା ବଜାଇ ଶୋଭାଯାତ୍ରାରେ ଯାଇଥିଲେ ା ଏଥିରେ ବୋରିଗୁମ୍ମା ଅଞ୍ଚଳରେ ବୁଦ୍ଧିଜୀବୀ ଏବଂ ମଣ୍ଢେଇ ଓ ବାଲିଯାତ୍ରା ପରିଚାଳନା କମିଟି ସଭ୍ୟମାନେ ଅଂଶଗ୍ରହଣ କରିଥିଲେ ା