Advertisement

ବାଲି ଗାଡ଼ି ଜବତ କଲେ ତହସିଲଦାର

ପାରାଦୀପ,୫ା୬(ସ୍ବ.ପ୍ର.): ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ା ଜିଲାର ମଧ୍ୟବର୍ତ୍ତୀ ସୀମା ଭୁତମୁଣ୍ଡାଇ ନିକଟସ୍ଥ ମହାନଦୀରୁ କିଛିଦିନ ହେଲା ବିପୁଳ ପରିମାଣର ବାଲି ଉତ୍ତୋଳନ ଚାଲିଥିଲା। ଦୁଇ ଜିଲାର ସୀମା ମଝିରେ ଏଭଳି କାମ ଚାଲିଥିବାରୁ ଉଭୟ ଜିଲା ପ୍ରଶାସନ ଏହା ତାଙ୍କ ସୀମାରେ ଯାଉନାହିଁ ବୋଲି କହି ଏଡାଇ ଯାଉଥିଲେ। ତେବେ ଏ ସମ୍ପର୍କରେ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ମଙ୍ଗଳବାର କୁଜଙ୍ଗ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା ଘଟଣାସ୍ଥଳରେ ପହଞ୍ଚତ୍ ବାଲି ଉତ୍ତୋଳନ କରୁଥିବା ମେଶିନ ଓ ପରିବହନ କରୁଥିବା ହାଇଓ୍ବା ଜବତ କରିଛନ୍ତି। ଉକ୍ତ ଗାଡିକୁ ଲକ୍‌ ଥାନା ପୋଲିସ ଜିମା ଦିଆଯାଇଛି। ଉକ୍ତ ସ୍ଥାନରେ ବେଆଇନ ଭାବେ ବାଲି ଉତ୍ତୋଳନ ହେଉଥିଲା ବୋଲି ପଣ୍ଡା କହିଛନ୍ତି। ବର୍ତ୍ତମାନ ମହାନଦୀରେ ଅଳ୍ପ ପାଣି ଅଛି। ନଦୀ ଭିତରେ ପଶି ୨ଟି ମେଶିନରେ ବାଲି ଖୋଳାଯାଇ ଗୋଟିଏ ସ୍ଥାନରେ ଗଚ୍ଛିତ ରଖାଯାଉଥିଲା। ପରେ ସେହି ବାଲିକୁ ୧୦ରୁ ୧୫ ହାଇଓ୍ବାରେ କେନ୍ଦ୍ରାପଡ଼ା ସୀମାକୁ ପରିବହନ କରାଯାଉଥିଲା। ଭୁତମୁଣ୍ଡାଇ ମହାନଦୀ ପୋଲ ତଳେ ସ୍ପଷ୍ଟ ଦିବାଲୋକରେ ଏଭଳି ଚାଲିଥିଲା। ଉକ୍ତ ସ୍ଥାନ ମହାକାଳପଡ଼ା ଓ କୁଜଙ୍ଗ ତହସିଲ ମଝି ଅଂଶ ବୋଲି ପଣ୍ଡା କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel