Categories: ଗଞ୍ଜାମ

ବାଲି ଚୋରାଚାଲାଣ : ୭ ଟ୍ରାକ୍ଟର ଜବତ

ବାଲିଗୁଡ଼ା,୨ା୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଟାଉନ ତଥା ଏହାର ଆଖପାଖ ଅଞ୍ଚଳରେ ଦିନକୁ ଦିନ ବାଲି ଓ ପଥର ଚୋରାଚାଲାଣ ବୃଦ୍ଧି ପାଉଛି। ଏହାକୁ ରୋକିବା ପାଇଁ ବାଲିଗୁଡ଼ା ତହସିଲଦାର କ୍ଷୀରାବ୍ଧୀ ତନୟା ସାହୁ ରବିବାର ୭ଟି ବାଲି ଓ ପଥର ବୋଝେଇ ଟ୍ରାକ୍ଟର ଜବତ କରିଛନ୍ତି। ଏଥିସହ ଜରିମାନା ବାବଦରେ ୧ ଲକ୍ଷ ୪୦ ହଜାର ଟଙ୍କା ରାଜସ୍ବ ଆଦାୟ କରିଛନ୍ତି। ଆଗାମୀ ଦିନରେ ଏପରି ଚଢ଼ାଉ ଜାରି ରହିବ ବୋଲି ତହସିଲଦାର କହିଛନ୍ତି।