ବାଲୁକାକଳାରେ ଅମିତାଭଙ୍କୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ଭୁବନେଶ୍ୱର,୨୫।୯(ବ୍ୟୁରୋ): ଚଳିତ ବର୍ଷ ଦାଦାସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନିତ ହେବେ ମେଗାଷ୍ଟାର ଅମିଚାଭ ବଚ୍ଚନ। ତେବେ ଏହି ଅବସରରେ ସୁଦର୍ଶନ ପଟ୍ଟନାୟକ ତାଙ୍କୁ ନିଜର ବାଲୁକାକଳାରେ ଶୁଭେଚ୍ଛା ଜଣାଇଛନ୍ତି। ଅମିତାଭ ଅଭିନୀତ ସୁପରହିଟ୍‌ ଚଳଚ୍ଚିତ୍ରଗୁଡ଼ିକର ନାମ ସହ ଅମିତାଭଙ୍କୁ ବାଲୁକାକଳାରେ ଦେଖିବାକୁ ମିଳୁଛି।

ବଳିଷ୍ଠ ଅଭିନୟ ସାଙ୍ଗକୁ ସିନେମାଜଗତକୁ ଜୀବନବ୍ୟାପି ଯୋଗଦାନ ଲାଗି ଅମିତାଭଙ୍କୁ ଏହି ସମ୍ମାନ ଲାଗି ମନୋନୀତ କରାଯାଇଛି। ମଙ୍ଗଳବାର କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭ୍‌ଡେକର ଏନେଇ ଟୁଇଟରରେ ଉଲ୍ଲେଖ କରିବା ସହ ଅମିତାଭଙ୍କୁ ଶୁଭେଚ୍ଛା ଜଣାଇଥିଲେ।

Share