ବାଲୁକାକଳାରେ ଦେଶବାସୀଙ୍କୁ ସମ୍ବିଧାନ ଦିବସର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ଭୁବନେଶ୍ୱର,୨୬।୧୧(ବ୍ୟୁରୋ): ଆଜି ୭୦ତମ ସମ୍ବିଧାନ ଦିବସ। ଏହି ଅବସରରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ବାଲୁକାକଳା କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସ୍ବତନ୍ତ୍ରତା,ସମାନତା ଏବଂ ଭାତୃତ୍ୱ ସମ୍ବିଧାନର ତିନୋଟି ସ୍ତମ୍ଭ ବୋଲି ସେ ଅବିହୀତ କରିଛନ୍ତି।

ପ୍ରକାଶଯୋଗ୍ୟ, ଭାରତର ସମ୍ବିଧାନ ବିଶ୍ୱର ସବୁଠୁ ବଡ଼ ଲିଖିତ ସମ୍ବିଧାନ। ଏହା ରାଜନୈତିକ ସଂରଚନା, ପ୍ରକ୍ରିୟା, କ୍ଷମତା, ସରକାରୀ ସଂସ୍ଥାର କାର୍ଯ୍ୟ, ମୌଳିକ ଅଧିକାର, ନିର୍ଦ୍ଦେଶକ ସିଦ୍ଧାନ୍ତ ତଥା ନାଗରିକମାନଙ୍କ କର୍ତ୍ତବ୍ୟର ଢାଞ୍ଚା ନିର୍ଦ୍ଧାରିତ କରିଥାଏ। ତେବେ ସମ୍ବିଧାନ ପ୍ରସ୍ତୁତ କରିବାରେ ଡ.ଭୀମରାଓ ଆମ୍ବେଦକରଙ୍କ ଯୋଗଦାନକୁ ସ୍ମରଣ କରିବା ଏବଂ ତାଙ୍କ ବିଚାର ଆଦର୍ଶ ସମ୍ପର୍କରେ ପ୍ରସାର କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି।

Share