ଭୁବନେଶ୍ୱର,୧୬।୬(ବ୍ୟୁରୋ): ଆଜି ହେଉଛି ବିଶ୍ୱ ପିତୃ ଦିବସ। ବାପାମାନଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଦିନଟିର ସୃଷ୍ଟି। ଏହି ଦିବସର ମହାନୀୟତାକୁ ମନେ ପକାଇ ନିଜ ବାଲୁକାକଳା ମାଧ୍ୟମରେ ପିତୃ ଦିବସର ଶୁଭେଚ୍ଛା ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସମସ୍ତ ପିତାମାନଙ୍କୁ ଏହି ଦିବସର ଶୁଭେଚ୍ଛା ଏବଂ ସେମାନଙ୍କ ଉପରେ ଆର୍ଶିବାଦ ରହୁ ବୋଲି ସୁଦର୍ଶନ କହିଛନ୍ତି।