ପୁରୀ ଅଫିସ,୧୮।୬: ପୂର୍ବ ଲଦାଖ ସୀମା ଗଲ୍ଓ୍ବାନ୍ ଉପତ୍ୟକାର ପାଟ୍ରୋଲିଂ ପଏଣ୍ଟ-୧୪ରେ ସୋମବାର ବିଳମ୍ବିତ ରାତିରେ ଭାରତର ଯବାନ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୨୦ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ଏହି ବୀର ଯବାନମାନଙ୍କ ବଳିଦାନକୁ ଶ୍ରଦ୍ଧାଞ୍ଜଳି ଜଣାଇ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ସମୁଦ୍ର ବେଳାଭୂମୀରେ ଏକ ବାଲୁକାକଳା କରିଛନ୍ତି। ଏଥିରେ ‘ଟ୍ରିବ୍ୟୁଟ୍ ଟୁ ଆଓ୍ବାର ବ୍ରେଭ୍ହାଟ୍’ ବୋଲି ସେ ଲେଖିଛନ୍ତି। ଏହାକୁ ବେଶ ପସନ୍ଦ କରାଯାଉଛି।