ବାଲୁକାକଳାରେ ମୁଖ୍ୟମନ୍ତ୍ରୀଙ୍କୁ ସୁଦର୍ଶନଙ୍କ ଶୁଭେଚ୍ଛା

ପୁରୀ ଅଫିସ,୧୬।୧୦: ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୪ ବର୍ଷରେ ପଦାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା କଳା କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରସିଦ୍ଧ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଏଥିସହ ବାର୍ତ୍ତାରେ, ଆପଣଙ୍କୁ ଜନ୍ମଦିନର ଶୁଭେଚ୍ଛା। ଭଗବାନ ଜଗନ୍ନାଥଙ୍କ ନିକଟରେ ସୁସ୍ଥ ଏବଂ ଦୀର୍ଘ ଜୀବନର କାମନା କରୁଛି ବୋଲି ସୁଦର୍ଶନ କହିଛନ୍ତି।

ପ୍ରକାଶଯୋଗ୍ୟ, ବୁଧବାର ନିଜର ଜନ୍ମଦିନ ପାଳିବେ ନାହିଁ ବୋଲି ନବୀନ ନିଷ୍ପତ୍ତି ନେଇଛନ୍ତି। ସାମୁଦ୍ରିକ ଝଡ଼ ଫନୀ ଦ୍ୱାରା ରାଜ୍ୟରେ ବହୁତ କ୍ଷତି ହୋଇଥିବା ପରିପ୍ରେକ୍ଷୀରେ ସେ ଜନ୍ମଦିନ ପାଳିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହାସତ୍ତ୍ୱେ ନବୀନଙ୍କ ନିକଟକୁ ବିଭିନ୍ନ ରାଜନେତା, ଶୁଭେଚ୍ଛୁ ଏବଂ ସମର୍ଥକଙ୍କ ଶୁଭେଚ୍ଛାର ସୁଅ ଛୁଟୁଛି। ରାଜ୍ୟର ବିିଭିନ୍ନ ସ୍ଥାନରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଛି।

Share