ବାଲୁକାକଳାରେ ‘ଶାନ୍ତିର ବାର୍ତ୍ତା’ ଦେଲେ ସୁଦର୍ଶନ

ପୁରୀ ଅଫିସ,୨୬।୨: ଦିଲ୍ଲୀରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧୀ ହିଂସା ଉଗ୍ରରୂପ ଧାରଣ କରିଥିବା ବେଳେ ଏଥିରେ ୨୦ଜଣ ପ୍ରାଣ ହରାଇଛନ୍ତି। ଏଭଳି ପରିସ୍ଥିତିକୁ ନେଇ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳାରେ ଶାନ୍ତିର ବାର୍ତ୍ତା ଦେଇଛନ୍ତି। ‘ଲିଭ୍‌ ଉଇଥ୍‌ ପିସ୍‌’ ଅର୍ଥାତ ସମସ୍ତେ ଶାନ୍ତିରେ ରୁହନ୍ତୁ ବୋଲି ସୁଦର୍ଶନ ବାଲୁକାକଳାରେ ବାର୍ତ୍ତା ଦେଇଛନ୍ତି।
ପ୍ରକାଶ ଯେ, ସିଏଏ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି। ସୋମବାର ଏଥିରେ ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମଙ୍ଗଳବାର ଆଉ ୮ଜଣଙ୍କ ପ୍ରାଣହାନୀ ଘଟିଥିଲା। ଇତିମଧ୍ୟରେ ହିଂସାଜନିତ ମୃତ୍ୟୁ ସଂଖ୍ୟା ୨୦ ଛୁଇଁଛି। ବେଳକୁ ବେଳ ସ୍ଥିତି ଅଣାୟତ୍ତ ହେଉଥିବା ଯୋଗୁ ଆଇନଶୃଙ୍ଖଳାକୁ କଡ଼ାକଡ଼ି କରାଯାଇଛି।

Share