ଭୁବନେଶ୍ୱର,୧୨।୬(ବ୍ୟୁରୋ): ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବା ଲାଗି ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ର ଅଣ୍ଟା ଭିଡିଥିଲେ। ଇତିମଧ୍ୟରେ ସେ ଅନେକଙ୍କୁ ସାହାଯ୍ୟ ମଧ୍ୟ କରିସାରିଛନ୍ତି। ଅଭିନେତାଙ୍କ ଏଭଳି କାର୍ଯ୍ୟକୁ ନେଇ ଲୋକେ ତାଙ୍କୁ ଓଡ଼ିଶାର ସୋନୁ ସୁଡ୍ ମଧ୍ୟ କହିବା ଆରମ୍ଭ କଲେଣି। ଏପରିସ୍ଥିତିରେ ଖ୍ୟାତନାମା ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସବ୍ୟସାଚୀଙ୍କ ଉଦ୍ଦେଶ୍ୟରେ ଏକ ବାଲୁକାକଳା କରି ଧନ୍ୟବାଦ ଜଣାଇଛନ୍ତି। ପୁରୀ ସମୁଦ୍ରକୂଳରେ ସେ ପ୍ରସ୍ତୁତ କରିଥିବା ବାଲୁକାକଳାକୁ ସେ ଟୁଇଟ୍ ମଧ୍ୟ କରିଛନ୍ତି। ତେବେ ଏହାକୁ ଲାଇଫ୍ଟାଇମ୍ ଆଚିଭ୍ମେଣ୍ଟ ବୋଲି ସବ୍ୟସାଚୀ ପ୍ରତିକ୍ରିୟା ରଖିଛନ୍ତି। ଏଭଳି କିଛି ତାଙ୍କୁ ଆହୁରି ଉତ୍ସାହିତ କରିବ ବୋଲି ସେ କହିଛନ୍ତି।