ବାରିପଦା ଅଫିସ, ୭ା୫- ବାଲୁକା କଳାରେ କରୋନା ଯୋଦ୍ଧାକୁ ସଲାମ ଜଣାଇଛନ୍ତି ଠାକୁରମୁଣ୍ଡାର ବାଲୁକା କଳାଶିଳ୍ପୀ ଦଶରଥ ମହାନ୍ତ। ବୁଧବାର ସେ ଠାକୁରମୁଣ୍ଡା ବ୍ଲକ ବାଉଁଶଡିହା ଗ୍ରାମରେ ବାଲୁକା କଳା ମାଧ୍ୟମରେ ପୋଲିସ, ଡାକ୍ତର ଓ ସାମ୍ବାଦିକମାନଙ୍କୁ ସ୍ଥାନିତ କରି ତାଙ୍କୁ ସଲାମ ଜଣାଇଛନ୍ତି। ଯେତେ କୃତଜ୍ଞତା କଲେ ମଧ୍ୟ କମ୍ ହେବ ସେହି ଯୋଦ୍ଧାମାନଙ୍କୁ ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ କରୋନା ମହାମାରୀ ପ୍ରତିହତ କରିବା ପାଇଁ ଲଢ଼େଇ ଜାରି ରଖିଛନ୍ତି । ସେହି ବୀରମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ କଳା ମାଧ୍ୟମରେ ଏକ ଛୋଟିଆ ପ୍ରୟାସ କରିଥିବା ଦଶରଥ କହିଛନ୍ତି।