Categories: ମେଟ୍ରୋ

ବାଲୁକା କଳାରେ ହାତୀଙ୍କ ବାସସ୍ଥଳ ସୁରକ୍ଷା ବାର୍ତ୍ତା

ପୁରୀ ଅଫିସ,୩୦।୧୨:  ଦିନକୁ ଦିନ ବଢୁଛି କଂକ୍ରିଟ ଜଙ୍ଗଲ। ସେପଟେ ହ୍ରାସ ପାଉଛି ପ୍ରାକୃତିକ ଜଙ୍ଗଲ। ଘର ଓ କଳକାରଖାନା ପ୍ରତିଷ୍ଠା ପାଇଁ ବ୍ୟାପକ ସଂଖ୍ୟାରେ ଗଛ କଟାଯାଉଛି। ଏମିତି ଅନେକ ଜାଗାରେ ଜଙ୍ଗଲ  ଧ୍ୱଂସ ପାଉଛି । ଫଳରେ ବନ୍ୟଜନ୍ତୁଙ୍କ ବାସସ୍ଥଳୀ ସଂକୁଚିତ ହେବାରେ ଲାଗିଛି। ତେଣୁ ବନ୍ୟଜନ୍ତୁ ଏବେ ସହର ଓ ଗାଁ ମୁହାଁ। ବିଶେଷକରି ହାତୀଙ୍କ ପ୍ରାକୃତିକ ବାସସ୍ଥଳୀ ନଷ୍ଟ ହେଉଥିବାରୁ ସେମାନେ ଖାଦ୍ୟ, ପାନୀୟ ଅନ୍ବେଷଣରେ ଗାଁ ଗଣ୍ଡାରେ ପଶୁଛନ୍ତି। ଏଥିଯୋଗୁ ବିଭିନ୍ନ ସମୟରେ ହାତୀ-ମଣିଷ ଲଢେଇ ହେଉଛି। ହାତୀଙ୍କ ପ୍ରାକୃତିକ ବାସସ୍ଥଳୀକୁ ସୁରକ୍ଷା ଦେବା ଲାଗି ବାଲୁକା କଳାରେ ବାର୍ତ୍ତା ଦେଇଛନ୍ତି ଅର୍ନ୍ତଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ମେ’ ଫେୟାର ହୋଟେଲ ପଛ ପାର୍ଶ୍ୱ ବେଳାଭୂମିରେ ସୁଦର୍ଶନ ସ୍ୟାଣ୍ଡ ଆର୍ଟ ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ ଚାଲିଛି ବାଲୁକା କଳା ଉତ୍ସବ। ରବିବାର ସୁଦର୍ଶନ ହାତୀଙ୍କ ବାସସ୍ଥଳୀ ସୁରକ୍ଷାର ବାର୍ତ୍ତା ଦେଇ ଏହି ବାଲୁକା କଳା ତିଆରି  କରିଛନ୍ତି। ଏହାକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ବେଶ୍‌ ଭିଡ଼ ହୋଇଥିଲା।
Share