ବାଲୁକା କଳା ମାଧ୍ୟମରେ ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର, ୧।୧(ବ୍ୟୁରୋ):ପୁରୁଣା ବର୍ଷକୁ ବିଦାୟ ଦେଇ ପାଦ ଥାପିଛି ନୂଆବର୍ଷ। ନୂଆବର୍ଷ ପାଳନ ନେଇ ସବୁଆଡେ ଉତ୍ସବ ଓ ଉଦ୍ଦୀପନାର ପରିବେଶ। ନାଚଗୀତ ସହ ଆନନ୍ଦରେ ନୂଆବର୍ଷକୁ ସ୍ବାଗତ କରାଯାଇଛି। ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ବାଲୁକା କଳାକୃତି ମାଧ୍ୟମରେ ନବବର୍ଷର ଶୁଭକାମନା ଜଣାଇଛନ୍ତି। ନୂତନ ବର୍ଷକୁ ସ୍ବାଗତ ଜଣାଇ ସୁଦର୍ଶନ ପୁରୀ ବେଳାଭୂମିରେ ବାଳୁକା କଳା ନିର୍ମାଣ କରିଛନ୍ତି। ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ଖୁସି ଓ ଉତ୍ତମ ସ୍ବାସ୍ଥ୍ୟ ପ୍ରଦାନ କରନ୍ତୁ ବୋଲି ସୁଦର୍ଶନ ଟୁଇଟ୍‌ କରି ଜଣାଇଛନ୍ତି। ଏହାସହ ସୁଦର୍ଶନ ବାଲୁକା କଳାରେ ଏକ ଗଛ ନିର୍ମାଣ କରି ପରିବେଶକୁ ବଞ୍ଚାଇବା ସହ ସବୁଜ ପରିବେଶ ସୃଷ୍ଟିର ବାର୍ତ୍ତା ଦେଇଛନ୍ତି।

Share