ବାଲୁଗାଁ ବାଇପାସ୍‌ରୁ କଲରାପତରିଆ ବାଘର ମୃତଦେହ ଉଦ୍ଧାର

ଖୋର୍ଦ୍ଧା ଅଫିସ/ବାଲୁଗାଁ,୧୯ା୪(ଡି.ଏନ୍‌.ଏ.) : ଚିଲିକା ଅଲାଇଡିହ ନିକଟସ୍ଥ ବାଇପାସ୍‌ ଉପରେ ରବିବାର ଏକ କଲରାପତରିଆ ବାଘର ମୃତଦେହ ବନ ବିଭାଗ ଉଦ୍ଧାର କରିଛି ।
କୌଣସି ଅଜଣା ଗାଡ଼ ି ଧକ୍କାରେ ବାଘ ର ମୃତ୍ୟୁ ଘଟିଥିବା ବନ ବିଭାଗ ର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି । ବାଘର ପଞ୍ଝାରୁ ପ୍ରଚୁର ରକ୍ତସ୍ରାବ ହେଉଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ବାଘ ମୃତଦେହ ମିଳିବା ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇପଡ଼ିଛନ୍ତି ।
ତେବେ ସହର ମଧ୍ୟକୁ ବାଘଟି କେମିତି ଆସିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ ଲକ୍‌ଡାଉନ୍‌ ଯୋଗୁ ରାସ୍ତାଘାଟ ଶୂନଶାନ୍‌ ରହିଛି। ବାଘଟି ସହର ଅଭିମୁଖେ ଆସି ଦୁର୍ଘଟଣାଗ୍ରସ୍ତ ହୋଇଥାଇ ପାରେ ବୋଲି ବନ କର୍ମଚାରୀ ଆଶଙ୍କା କରିଛନ୍ତି । ବାଘଟିର ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।