ବାଲୁଗୁଡ଼ାର ବିଭିନ୍ନ ଅନୁଷ୍ଠାନରେ ମା’ ସରସ୍ବତୀଙ୍କ ପୂଜା

ବାଲିଗୁଡ଼ା,୩୦।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡା ଟାଉନ ତଥା ଏହାର ଆଖପାଖ ଅଞ୍ଚଳରେ ବିଦ୍ୟାଦାତ୍ରୀ ମା’ସରସ୍ବତୀଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଯଥାବିଧି ଅନୁଯାୟୀ, ପୂଜକଙ୍କ ଦ୍ୱାରା ପୂଜା ଆରମ୍ଭ କରାଯାଇ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା l ଏନେଇ ଟାଉନର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସମର୍ପଣ ଉତ୍ସବ ସହ ନୂତନ ଶିଶୁଙ୍କ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନୂଆସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଶିକ୍ଷା ନିକେତନ, ଆଦିବାସୀ ମହାବିଦ୍ୟାଳୟ, ବଡଗାଁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ସିନ୍ଧିରିଗାଁର ସରକାରୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟ ମା’ ବାଗ୍‌ଦେବୀଙ୍କ ପୂଜା କରାଯାଇଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। l ଜନଗହଳିକୁ ଦୃଷ୍ଟିରେ ରଖି ପୋଲିସ ବିଭାଗ ପକ୍ଷରୁ ସ୍ଥାନୀୟ ଥାନାଧିକାରୀ ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ପ୍ରତ୍ୟେକ ପୂଜା ଅନୁଷ୍ଠାନ ସମେତ ସମଗ୍ର ସହରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Share