ବାଲୁଙ୍କେଶ୍ୱର ବାଣ ବଜ଼ାର ସିଲ୍‌କଲା ପୋଲିସ; ୪୬ ବ୍ୟବସାୟୀଙ୍କୁ ହାଜର ପାଇଁ ନୋଟିସ

ବ୍ରହ୍ମପୁର ଅଫିସ,୨୧ା୧୦ -ଗଞ୍ଜାମ ଜିଲା ବ୍ରହ୍ମପୁରରରେ ଥିବା ବାଲୁଙ୍କେଶ୍ୱର ବାଣ ବଜ଼ାରକୁ ରବିବାର ରାତିରେ ପୋଲିସ ସିଲ୍‌ କରିଛି। ବେପାରୀମାନେ ବେଆଇନ ଭାବେ ବାଣ ମହଜୁଦ ରଖିବା ସହ ବିକ୍ରି କରୁଥିବା ଖବର ଚଢାଉ କରିଥିଲା। ପୋଲିସକୁ ଦେଖି ବ୍ୟବସାୟୀମାନେ ଦୋକାନ ବନ୍ଦକରି ଚାଲିଯାଇଥିଲେ। ପରେ ବାଣ ବଜ଼ାର ନିଜ ହେପାଜତକୁ ନିଆଯାଇଛି ବୋଲି ବ୍ରହ୍ମପୁର ଏସ୍‌ଡ଼ିପିଓ ବିଷ୍ଣୁ ପ୍ରସାଦ ପତି ସୂଚନା ଦେଇଛନ୍ତି। ଏପରିକି ୪୬ ବ୍ୟବସାୟୀଙ୍କୁ ଥାନାରେ ହାଜର ହେବାକୁ ନୋଟିସ ଜାରି କରାଯାଇଛି ବୋଲି ସେ କହିଛନ୍ତି । ଏହାକୁ ପୋଲିସ ଜଗିରହିଛି। ସୋମବାର ସକାଳେ ଫୋର୍ସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବେଆଇନ ଭାବେ ରଖାଯାଇଥିବା ବାଣ ଯାଞ୍ଚ ପରେ ସିଲ କରାଯିବ ବୋଲି ଏସ୍‌ଡ଼ିପିଓ ପତି ସୂଚନା ଦେଇଛନ୍ତି ।