ବାଲେଶ୍ୱରରୁ ପୁଣି ଜଣେ ପଜିଟିଭ୍‌ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା ୧୬୧

ଭୁବନେଶ୍ୱର,୩।୫(ବ୍ୟୁରୋ): ବାଲେଶ୍ୱରରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୧ରେ ପହଞ୍ଚିଛି। ଏନେଇ ରବିବାର ଅପରାହ୍ନରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଆକ୍ରାନ୍ତଜଣଙ୍କ ୩୪ ବର୍ଷୀୟ ପୁରୁଷ। ସେ ପଶ୍ଚିମବଙ୍ଗରୁ ଫେରିଥିବା ବେଳେ ତାଙ୍କ ନିକଟରେ କୌଣସି ଲକ୍ଷର ନ ଥିଲା। ପଜିଟିଭ୍‌ ବାହାରିବା ପରେ ତାଙ୍କର କଣ୍ଟ୍ରାକ୍ଟ ଟ୍ରେସିଂ ଆରମ୍ଭ କରାଯାଇଥିବା ମଧ୍ୟ ସୂଚନା ଦିଆଯାଇଛି।

ପ୍ରକାଶ ଯେ, ସକାଳେ ୩ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେଥିରୁ ଗଞ୍ଜାମ ଜିଲାର ୨ ଜଣ ଥିବା ବେଳେ ଜଣେ ଝାରସୁଗୁଡ଼ାର ରହିଥିଲେ।

Share