ବାଲେଶ୍ୱରରେ କାଳବୈଶାଖୀ : ଘର ସହ ଭାଙ୍ଗିଲା ମୋବାଇଲ୍‌ ଟାଓ୍ବାର

ବାଲେଶ୍ୱର ଅଫିସ୍‌, ୨୪।୪-ବାଲେଶ୍ୱର ଜିଲାରେ ଗୁରୁବାର ମଧ୍ୟାହ୍ନରେ କାଳବୈଶାଖୀ ପ୍ରଭାବରେ କୁଆପଥର ମାଡ଼ ସହ ପ୍ରବଳ ବର୍ଷା ହୋଇଛି। ବର୍ଷା ପାଇଁ ଗରମରୁ ଆଶ୍ୱସ୍ତି ମିଳିଛି। ଜିଲାର ବିଭିନ୍ନ ଅଞ୍ଚଳରେ ପ୍ରବଳ ପବନ ଯୋଗୁ ଘର ଛପର ଉଡାଇ ନେଇଛି। ଚାନ୍ଦବାଲି ପଡ଼ିଆ ନିକଟରେ ଅବସ୍ଥିତ ମୋବାଇଲ ଟାଓ୍ବାର ଭାଙ୍ଗିବା ଫଳରେ ଗୋଟିଏ କୋଠାଘରର ବ୍ୟାପକ କ୍ଷୟକ୍ଷତି ହୋଇଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାପଡ଼ିଛି।