ବାଲେଶ୍ୱରରେ ଖୋଲିଲା କୋଭିଡ଼-୧୯ ହସ୍‌ପିଟାଲ

ବାଲେଶ୍ୱର ଅଫିସ,୧୪।୪-ବାଲେଶ୍ୱର କୁରୁଡାସ୍ଥିତ ଜ୍ୟୋତି ହସ୍‌ପିଟାଲ କୋଭିଡ଼-୧୯ ହସ୍‌ପିଟାଲ ଭାବେ ସୋମବାର କାର୍ଯ୍ୟକ୍ଷମ ହୋଇଛି। ଓଡ଼ିଶା ଜଳ ବିଦ୍ୟୁତ୍‌ ନିଗମ (ଓଏଚ୍‌ପିସି) ଏଥିଲାଗି ଅନୁଦାନ ଯୋଗାଇ ଦେଇଛନ୍ତି। ଏଠାରେ ରୋଗୀଙ୍କ ଚିକିତ୍ସା ମାଗଣାରେ କରାଯିବ। ଏହି ହସ୍‌ପିଟାଲରେ ୧୦୦ ଶଯ୍ୟା, ୧୨ ଆଇସିୟୁ, ଭେଣ୍ଟିଲେଟର, ୮ଟି ଏଚ୍‌ଡ଼ିୟୁ ଶଯ୍ୟା ବ୍ୟବସ୍ଥା କରାଯାଇଛି। ଡା. ଦୁଲାଲସେନ ଜଗଦ୍ଦେଓ ଏହାର ପ୍ରାଧିକୃତ ଚିକିତ୍ସା ଅଧିକାରୀ ଏବଂ ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡାଙ୍କୁ କୋଭିଡ଼ ହସ୍‌ପିଟାଲର ପ୍ରାଧିକୃତ ବ୍ୟକ୍ତି ଭାବେ ମନୋନୀତ କରାଯାଇଛି। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଉକ୍ତ ହସ୍‌ପିଟାଲକୁ ଯାଇ ସମସ୍ତ ଡାକ୍ତର ଓ ପାରାମେଡ଼ିକାଲ ଷ୍ଟାଫ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହିତ ସାମାଜିକ ଦୂରତା ବଜାୟ ରଖିବା, ବାରମ୍ବାର ହାତ ଧୋଇବା ଏବଂ ଲକ୍‌ଡାଉନ୍‌କୁ କଡ଼ାକଡ଼ି ମାନିବା ପାଇଁ ଯେଉଁ ନିର୍ଦ୍ଦେଶ ଦିଆଯାଇଛି ତାହାକୁ ଜିଲାବାସୀ ପାଳନ କରିବା ପାଇଁ ଜିଲାପାଳ ଅନୁରୋଧ କରିଛନ୍ତି।

Share