ବାଲେଶ୍ୱରରେ ଧରାପଡ଼ିଲେ ନକଲି ପରୀକ୍ଷାର୍ଥୀ

ବାଲେଶ୍ୱର ଅଫିସ, ୧୯।୨: ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ପାଉଁଶକୁଲି ଗ୍ରାମର ରାଧାନାଥ ହାଇସ୍କୁଲ ପରୀକ୍ଷାକେନ୍ଦ୍ରରେ ବୁଧବାର ମାଟ୍ରିକ ପରୀକ୍ଷା ଚାଲୁଥିବା ବେଳେ ଜଣେ ନକଲି ପରୀକ୍ଷାର୍ଥୀ ଧରାପଡ଼ିଛନ୍ତି। ସେ ହେଲେ ହିମାଂଶୁ ବେହେରା। ତାଙ୍କୁ ସିଂଲା ଥାନା ପୋଲିସ ଅଟକ ରଖି ପଚରାଉଚରା କରୁଛି।

ସୂଚନାନୁଯାୟୀ, ଉକ୍ତ ପରୀକ୍ଷାକେନ୍ଦ୍ରରେ ଜଣେ ଅଣଛାତ୍ର ପରୀକ୍ଷା ଦେଉଥିବା ନେଇ ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟଙ୍କ ସନ୍ଦେହ ହୋଇଥିଲା। ପରୀକ୍ଷାର୍ଥୀ ପ୍ରକାଶ ବେହେରାଙ୍କ ଆଡମିଟ କାର୍ଡରେ ଥିବା ଫଟୋ ଦେଖି ସୁପରିଣ୍ଟେଣ୍ଡେଣ୍ଟ ସନ୍ଦେହ କରିଥିଲେ। ଅବିଶ୍ୱାସ ହେବାରୁ ସେ ସଙ୍ଗେ ସଙ୍ଗେ ସିଂଲା ଥାନାକୁ ଖବର ଦେଇଥିଲେ। ପରେ ଉକ୍ତ ଅଣଛାତ୍ରଙ୍କୁ ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ପୋଲିସ ତାଙ୍କୁ ଅଟକ ରଖି ତଦନ୍ତ କରୁଛି।

Share