ବାଲେଶ୍ୱରରେ ପହଞ୍ଚିଲା ଶ୍ରମିକ ସ୍ପେଶାଲ ଟ୍ରେନ: ପଞ୍ଜୀକରଣ କରାଯାଇ ଶ୍ରମିକଙ୍କୁ ପଠାଯାଉଛି ନିଜ ଜିଲାକୁ

ବାଲେଶ୍ୱର ଅଫିସ, ୧୩।୫: ବାଲେଶ୍ୱର ରେଳ ଷ୍ଟେଶନରେ ବୁଧବାର ପୂର୍ବାହ୍ନରେ ଶ୍ରମିକ ସ୍ପେଶାଲ ଟ୍ରେନ ପହଞ୍ଚିଛି। ଥାନେଗଡ଼ରୁ ଆସିଥିବା ଏହି ଟ୍ରେନରେ ବାଲେଶ୍ୱର ଜିଲାରେ ୮୦୦ରୁ ଊର୍ଦ୍ଧ୍ୱ ଶ୍ରିମକ ଓହ୍ଲାଇଥିବା ବେଳେ ମୟୂରଭଞ୍ଜ ଜିଲାର ୨୫୦ରୁ ଊର୍ଦ୍ଧ୍ୱ ଓହ୍ଲାଇଛନ୍ତି। ଏହି ଲୋକଙ୍କୁ ପଞ୍ଚୀକୃତ କରାଯାଇ ଥର୍‌ମାଲ ଟେଷ୍ଟ ପରେ ନିଜ ନିଜ ଜିଲାକୁ ପଠାଯାଉଛି। ବାଲେଶ୍ୱର ଜିଲାର ୧୨ ବ୍ଲକ ପାଇଁ ପୃଥକ ଭାବେ ରେଜିଷ୍ଟ୍ରେଶନ କାଉଣ୍ଟର ଖଲାଯାଇଛି । ସେମାନଙ୍କୁ ନିଜ ନିଜ ପଞ୍ଚାୟତରେ ଛାଡ଼ିବା ପାଇଁ ପରିବହନ ବିଭାଗ ପକ୍ଷରୁ ୩୦ଟି ବସ୍‌ର ବ୍ୟବସ୍ଥା କରାଯାଇଛି ।