ବାଲେଶ୍ୱରରେ ପୁଣି ୧୭ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୧୧୯ରେ ପହଞ୍ଚିଲା, ୨୨ ସୁସ୍ଥ

ବାଲେଶ୍ୱର ଅଫିସ,୧୭ା୫: ବାଲେଶ୍ୱର ଜିଲାରେ ରବିବାର ୧୭ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୯ ଛୁଇଁଛି। ଚିହ୍ନଟ ଆକ୍ରାନ୍ତମାନେ ଭୋଗରାଇ ଓ ଜଳେଶ୍ୱର ବ୍ଲକର ବୋଲି ଜଣାପଡ଼ିଛି। ସମସ୍ତେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିବାର ପ୍ରଶାସନ ଟୁଇଟ୍‌ ମାଧ୍ୟମରେ ସୂଚନା ଦେଇଛି। ସମସ୍ତେ ଗୁଜରାଟ, କୋଲକାତା, ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାପଡ଼ିଛି। ଏମାନଙ୍କୁ ସ୍ବାସ୍ଥ୍ୟ ବିଭାଗ କୋଭିଡ୍‌-୧୯ ହସ୍ପିଟାଲରେ ଚିକିତ୍ସା ପାଇଁ ଅଣାଯିବାର ବ୍ୟବସ୍ଥା ଆରମ୍ଭ ହୋଇଛି। ଅପରପକ୍ଷରେ ଆକ୍ରାନ୍ତଙ୍କ ମଧ୍ୟରୁ ୨୨ ଜଣ ସୁସ୍ଥ ହୋଇ ଘରକୁ ଫେରଛନ୍ତି।