ବାଲେଶ୍ୱରରେ ଭାରତ ବନ୍ଦ ପ୍ରଭାବ: ସରକାରୀ ଅଫିସ ଘେରିଲେ

ବାଲେଶ୍ୱର ଅଫିସ୍‌, ୮।୧୨: କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ୍‌ ପକ୍ଷରୁ ୧୨ ଦଫା ନେଇ ଦେଶବ୍ୟାପୀ ୧୨ ଘଣ୍ଟିଆ ବନ୍ଦ ପାଳନ ଡାକରା ଦିଆଯାଇଛି। ବାଲେଶ୍ୱରରେ ଏହାର ପ୍ରଭାବ ପଡିଛି। କଂଗ୍ରେସ ଏବଂ ବାମଦଳର କର୍ମକର୍ତ୍ତାମାନେ ସମ୍ପୂର୍ଣ୍ଣ ସମର୍ଥନ ଜଣାଇ ବୁଧବାର ସକାଳ ୬ଟା ସମୟରେ ବାଲେଶ୍ୱର ରେଳ ଷ୍ଟେଶନରେ ପହଞ୍ଚି ରେଳ ଗାଡିକୁ ଅଟକାଇ ଥିଲେ। ବିଭିନ୍ନ ସଂଗଠନ ପକ୍ଷରୁ ଜିଲାର ସରକାରୀ ଏବଂ ବେସରକାରୀ ଅଫିସ୍‌ ସମ୍ମୁଖରେ ପତାକା ବାନ୍ଧି ଗେଟ୍‌ ବନ୍ଦ କରୁଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ସହରର ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। ବାଲେଶ୍ୱର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର କୁରୁଡାଠାରେ ମଧ୍ୟ ବିଭିନ୍ନ ସଂଗଠନ ପକ୍ଷରୁ ରାସ୍ତାରୋକୋ କରାଯାଇଛି।