ବାଲେଶ୍ୱରରେ ହେବ ଦେଶର ପ୍ରଥମ ପାଇଲଟ ପ୍ରୋଜେକ୍ଟ

ଭୋଗରାଇ, ୧୧ା୬(ଡ଼ି. ଏନ. ଏ. )-ମତ୍ସ୍ୟଚାଷ ଓ ମତ୍ସ୍ୟଜୀବୀଙ୍କ ସକାଶେ ଭାରତର ପ୍ରଥମ ପାଇଲଟ ପ୍ରୋଜେକ୍ଟ କେନ୍ଦ୍ରମନ୍ତ୍ରୀ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀଙ୍କ ପ୍ରଚେଷ୍ଟାରେ ବାଲେଶ୍ୱରରେ ଖୁବ୍‌ଶୀଘ୍ର ହେବାକୁ ଯାଉଛି l ଏଥି ନିମନ୍ତେ ୨ଲକ୍ଷ ଲୋକଙ୍କୁ କର୍ମନିଯୁକ୍ତି ଯୋଗାଇ ଦିଆଯିବ। ଏନେଇ ଭୋଗରାଇ ଥାନାଛକସ୍ଥିତ ଭାଜପା କାର୍ଯ୍ୟାଳୟରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ ପାଳିର ପ୍ରଥମବର୍ଷ ପୂର୍ତ୍ତି ପାଳନ ଅବସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି।
ପ୍ରଧାନମନ୍ତ୍ରୀଙ୍କ ଜନଧନ ଯୋଜନାରେ ଗରିବ ଲୋକଙ୍କ ଜିରୋ ବାଲାନ୍ସରେ ୧୫ଶହ ଟଙ୍କା ଆର୍ଥିକ ଅନୁଦାନ ଦେବା ସହ ଉଜ୍ଜଳା ଯୋଜନାରେ ବିନା ମୂଲ୍ୟରେ ଗ୍ୟାସ ବଣ୍ଟନ, ବିଦ୍ୟୁତ ସଂଯୋଗ, ଆବାସ ଯୋଜନା, ଶୌଚାଳୟ ନିର୍ମାଣ, କୃଷକ, ମହିଳା, ବେକାର ଯୁବକଙ୍କୁ କର୍ମସଂସ୍ଥାନ ଯୋଗାଇଦେବା, ମତ୍ସ୍ୟଜୀବୀ ମତ୍ସଚାଷୀ ଓ ଦୁଗ୍ଧ ଉତ୍ପାଦନକାରୀଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇଦେଇ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଆଦି ବହୁ ଜନକଲ୍ୟାଣ କାର୍ଯ୍ୟ କେନ୍ଦ୍ରରେ ଭାଜପା ସରକାର ନିରବିଚ୍ଛିନ କାର୍ଯ୍ୟକାରୀ କରି ଭାରତର ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ବୋଲି ଭାଜପା ନେତାମାନେ କହିଛନ୍ତି l ଏହି ଖବରଦାତା ସମିଳନୀରେ ଭାଜପା ନେତା ଅଂଶୁମାନ ମହାନ୍ତି, ଜିଲା ପ୍ରଭାରୀ ଲମ୍ବୋଦର ନାୟକ, ମିଡ଼ିଆ ପ୍ରଭାରୀ ଶ୍ରୀନିବାସ ପ୍ରଧାନ, ଛ ଜୋନର ସଭାପତି ରାଜକୁମାର ଦାସ, ଅମଳେନ୍ଦୁ ଦାସ, ରବୀନ୍ଦ୍ର ଜେନା, ଭଗିରଥ ପୁଷ୍ଟି, ରବୀନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ l