ବାଲେଶ୍ୱରରେ ୨୫ରେ ପହଞ୍ଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ନୂଆ ଆକ୍ରାନ୍ତ ୪୮ ବର୍ଷୀୟ ବ୍ୟକ୍ତି

ଭୁବନେଶ୍ୱର(ବ୍ୟୁରୋ),୬।୫: ବାଲେଶ୍ୱରରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ବ୍ୟକ୍ତି ୪୮ ବର୍ଷୀୟ ବ୍ୟକ୍ତି। ସେ ପଶ୍ଚିମବଙ୍ଗର କୋଲକାତାରୁ ଫେରି କ୍ୱାରାଣ୍ଟାଇନ୍‌ରେ ରହିଥିଲେ। ବୁଧବାର ଅପରାହ୍ନରେ ସେ ପଜିଟିଭ୍‌ ଜଣାପଡ଼ିବା ପରେ ତାଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ଏବଂ କଣ୍ଟ୍ରାକ୍ଟ ଟ୍ରେସିଂ ଆଦି ଆରମ୍ଭ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ କରି କୁହାଯାଇଛି।

ତେବେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି। ସେଥିରୁ ୪ଜଣ ସୁସ୍ଥ ହୋଇଥିବା ବେଳେ ୨୦ଜଣ ବିଭିନ୍ନ କୋଭିଡ-୧୯ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ବିଶେଷକରି କୋଲକାତା ଫେରନ୍ତାଙ୍କ ଯୋଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହା ଚିନ୍ତାର କାରଣ ପାଲଟିଛି।

Share