ବାଲେଶ୍ୱରରେ ୫୦ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୧୨।୫(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ସକାଳେ ଆଉ ୨୩ କରୋନା ପଜିଟଭ୍‌ ଚିହ୍ନଟ ହୋଇଛନ୍ତି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱରରେ ସର୍ବାଧିକ ୧୫, ଗଞ୍ଜାମ ଓ ଯାଜପୁରରେ ୩ଜଣ, ପୁରୀ ଏବଂ ବୌଦ୍ଧରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱରରେ ନୂଆ ୧୫ ପଜିଟଭ୍‌ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୫୭ ଛୁଇଁଛି। ସେହିପରି ଗଞ୍ଜାମରେ ମୋଟ ଅକ୍ରାନ୍ତଙ୍କ ସଂଖ୍ୟା ୧୫୭ ହୋଇଥିବା ବେଳେ ଯାଜପୁରରେ ୬୪, ପୁରୀରେ ୪ ଓ ବୌଦ୍ଧରେ ଆକ୍ରାନ୍ତଙ୍କ ସଂଖ୍ୟା ୫କୁ ବୃଦ୍ଧି ହୋଇଛି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ରହିଛି। ସୂଚନା ମୁତାବକ ରାଜ୍ୟରେ ଏଯାଏଁ ୩୪୯ଜଣ ଆକ୍ରାନ୍ତ ଚିିକିତ୍ସିତ ହେଉଥିବା ବେଳେ ୮୫ଜଣ ସୁସ୍ଥ ଓ ୩ ଜଣଙ୍କ ମୃତ୍ୟୁ ଘଟିଛି।

Share