ବାଲେଶ୍ୱରର ୫ କରୋନା ଆକ୍ରାନ୍ତଙ୍କ ତଥ୍ୟ ପ୍ରକାଶ: ପଜିଟିଭ୍‌ଙ୍କ ମଧ୍ୟରେ ଜଣେ ନାବାଳକ

ଭୁବନେଶ୍ୱର, ୨୧।୪(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୭୯ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ଥାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବ୍‌ସାଇଟ୍‌ ଜରିଆରେ ତଥ୍ୟ ପ୍ରକାଶ ପାଇଛି। ତେବେ ଏହି ୫ ନୂଆ କରୋନା ଆକ୍ରାନ୍ତ ବାଲେଶ୍ୱର ଜିଲାର ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ୨ ମହିଳା ଓ ୩ ପୁରୁଷ ଅଛନ୍ତି। ଉଭୟ ମହିଳାଙ୍କ ବୟସ ୩୪ ବର୍ଷ। ସେହିପରି ୩୮ ବର୍ଷୀୟ ବ୍ୟକ୍ତି, ୨୬ ବର୍ଷୀୟ ଯୁବକ ଓ ଜଣେ ୧୨ ବର୍ଷର ନାବାଳକ ରହିଛନ୍ତି। ଏମାନେ ସମସ୍ତେ ପୂର୍ବରୁ ଠାବ ହୋଇଥିବା କରୋନା ଆକ୍ରାନ୍ତଙ୍କ ସମ୍ପର୍କୀୟ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ କରି କୁହାଯାଇଛି। ଏହାକୁ ମିଶାଇ ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି।

Share