ବାଲେଶ୍ୱର ଆରକ୍ଷୀ ଅଧୀକ୍ଷକଙ୍କୁ ସ୍ବାଗତ

ବାଲେଶ୍ୱର ଅଫିସ, ୮।୬-ବାଲେଶ୍ୱର ଜିଲା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜିଲା ସଭାପତି ସୀମନ ଦାସମହାପାତ୍ରଙ୍କ ନେତୃତ୍ୱରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜିଲା ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କୁ ସୋମବାର ସ୍ବାଗତ କରିବା ସହ ପୂର୍ବବତ୍ତ ପୋଲିସ ପ୍ରଶାସନକୁ ସାହାଯ୍ୟ ଓ ସମନ୍ବୟର ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ମହାସଚିବ କୁଶାଲ ଚାଟାର୍ଜୀ, ବ୍ରଜକିଶୋର ପ୍ରଧାନ, ସୀମନ ସାମଲ, ବିଜୟ ଜେନା, ମନୋରଞ୍ଜନ ମହାରଣା, ଶିବଶଙ୍କର ଦାସ, ପ୍ଲାବନ ଦାସ ଓ ଜୀବନ ସଂଗ୍ରାମ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।