ବାଲେଶ୍ୱର ଏସ୍‌ପିଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ରିପୋର୍ଟ ତଲବ

ଭୁବନେଶ୍ୱର,୧ା୬(ବ୍ୟୁରୋ): ବାଲେଶ୍ୱର ଜିଲା ଔପଦା ବ୍ଲକ ସୋରିଷପାଳ ଗ୍ରାମର ଅନ୍ନପୂନ୍ନା ପାଢୀଙ୍କର ପରିବାର ନିୟୋଜନ ଅସ୍ତ୍ରୋପଚାର ପରେ ମୃତ୍ୟୁ ହୋଇଥିଲା। ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାରକୁ ପରିବାର ଲୋକେ ଦାୟୀ କରି ଜାତୀୟ ମାନବାଧିକାର କମିଶନ(ଏନ୍‌ଏଚ୍‌ଆରସି)ଙ୍କ ଦ୍ୱାରସ୍ଥ ହୋଇଥିଲେ। କମିଶନ ମାମଲାକୁ ଗୁରୁତ୍ୱର ସହ ନେଇ ମୃତକଙ୍କ ପରିବାରକୁ ଦିଆଯାଇଥିବା ଆର୍ଥତ୍କ ସହାୟତାର ପ୍ରମାଣ ସହ ତଦନ୍ତ ରିପୋର୍ଟ ଜୁଲାଇ ୬ ସୁଦ୍ଧା ଦାଖଲ କରିବାକୁ ବାଲେଶ୍ୱର ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତବର୍ଷ ଜୁଲାଇରେ ଅନ୍ନପୂର୍ଣ୍ଣାଙ୍କର ଈଶ୍ୱରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅସ୍ତ୍ରୋପଚାର ହୋଇଥିଲା। ଘରକୁ ଫେରିବା ପରେ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯିବାରୁ ପ୍ରଥମେ ବାଲେଶ୍ୱର ଓ ପରେ କଟକ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା।