ବାଲେଶ୍ୱର ଏସ୍‌ପି ଭାବେ ଦାୟିତ୍ୱ ଗ୍ରହଣ କଲେ ସୁଧାଂଶୁ ଶେଖର ମିଶ୍ର

ବାଲେଶର ଅଫିସ,୪।୬: ବାଲେଶ୍ୱର ଏସ୍‌ପି ଭାବେ ସୁଧାଂଶୁ ଶେଖର ମିଶ୍ର ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ କଟକ କ୍ରାଇମବ୍ରାଞ୍ଚ ଏସ୍‌ପି ଭାବରେ ଦାୟିତ୍ୱ ନିର୍ବାହ କରୁଥିଲେ। ଏ ନେଇ ସେ ଖୁସିଥିବା କହିଥିବା ବେଳେ ଜିଲାର ଆଇନ ଶୃଙ୍ଖଳା, ଗ୍ରାମାଞ୍ଚଳ ଅପରାଧ ଦୂରୀକରଣ, ଶିଳ୍ପାଞ୍ଚଳ ମଧ୍ୟରେ ଥିବା ସମସ୍ୟା ଉପରେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି।