ବାଲେଶ୍ୱର, କେନ୍ଦୁଝର ଜିଲା କଂଗ୍ରେସ ପ୍ରେରକ ଜିଲା ଇନଚାର୍ଜ ମନୋନୀତ

କେନ୍ଦୁଝର,୧୭।୬(ସ୍ବ.ପ୍ର.): କଂଗ୍ରେସ ସଂଗଠନକୁ ସୁଦୃଡ଼ ଓ କର୍ମୀଙ୍କୁ ସକ୍ରିୟ କରିବା ପାଇଁ ଜାତୀୟ, ପ୍ରଦେଶ, ଜିଲା, ବ୍ଲକ ଓ ଗ୍ରାମ ପଞ୍ଚାୟତରେ ଅଧିକ କ୍ରିୟାଶୀଳ କରିବାକୁ ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ନିଷ୍ପତି ନିଆଯାଇଛି । ଏହି କଂଗ୍ରେସର ପ୍ରେରକ ମାଧ୍ୟମରେ କାର୍ଯ୍ୟକ୍ରମ କରାଯିବ । ସେମାନେ କଂଗ୍ରେସ କର୍ମୀଙ୍କୁ ଟ୍ରେନିଂ,କର୍ମଶାଳା ଓ କଂଗ୍ରେସ ଐତିହ୍ୟ ବିଷୟରେ ବୁଝାଇବେ । ସେଥିପାଇଁ ବିଭିନ୍ନ ଜିଲା ପାଇଁ କଂଗ୍ରେସ ପ୍ରେରକ ଜିଲା ଇନ୍‌ଚାର୍ଜ ମନୋନୀତ କରାଯାଇଛି । କେନ୍ଦୁଝର ଜିଲାର ବରିଷ୍ଠ କଂଗ୍ରେସ ନେତା ତଥା ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ସଂଗ୍ରାମ ଦାସଙ୍କୁ ବାଲେଶ୍ୱର ଜିଲା ପାଇଁ କଂଗ୍ରେସ ପ୍ରେରକ ଜିଲା ଇନଚାର୍ଜ ଭାବେ ମନୋନୀତ କରାଯାଇଛି । ସେହିପରି ପିସିସି ମୁଖପାତ୍ର ତଥା ବରିଷ୍ଠ ସ୍ତମ୍ଭକାର ସୁଦର୍ଶନ ଦାସଙ୍କୁ କଂଗ୍ରେସ ପ୍ରେରକ କେନ୍ଦୁଝର ଜିଲା ଇନ୍‌ଚାର୍ଜ ଭାବେ ମନୋନୀତ କରାଯାଇଛି ।