ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟ ନିମ୍ନମାନର ଅଭିଯୋଗ: ଜିଲାପାଳଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ

ବାଲେଶ୍ୱର ଅଫିସ,୨୭।୮: ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଦିଆଯାଉଥିବା ରନ୍ଧା ଖାଦ୍ୟ ନିମ୍ନମାନର ନେଇ ସୋମବାର ରାତିରେ ରୋଗୀଙ୍କ ସମ୍ପର୍କୀୟ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ, ଖାଦ୍ୟର ମାନ ଅତି ନିମ୍ନ ଓ ବାସି ଖାଦ୍ୟ ଦିଆଯାଉଥିବା ସେମାନେ ଜଣାଇଥିଲେ । ଅଭିଯୋଗ ପାଇବା ପରେ ଜିଲାପାଳ ଘଟଣାସ୍ଥଳରେ ପହଞ୍ଚି ଖାଦ୍ୟର ମାନ ଯାଞ୍ଚ କରିବା ସହ ତାହାକୁ ନଷ୍ଟ କରିବାକୁ କହିଥିଲେ। ପୁଣି ଥରେ ଖାଦ୍ୟ ରାନ୍ଧି ରୋଗୀଙ୍କୁ ଦେବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ଖାଦ୍ୟ ଦାୟିତ୍ୱରେ ଥିବା କଣ୍ଟ୍ରାକ୍ଟର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସିଡିଏମ୍‌ଓ ଶଶାଙ୍କ ଶେଖର ଚୌଧୁରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।