ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରୁ ମଦ ଦୋକାନ ଉଠାଇବା ଦାବି, ଧାରଣା ଚେତାବନୀ

ବାଲେଶ୍ୱର ଅଫିସ, ୨୪।୯-ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଥିବା ସରକାରୀ ସ୍ବୀକୃତିପ୍ରାପ୍ତ ମଦ ଦୋକାନକୁ ଉଠାଇବା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବାରମ୍ବାର ଦାବି କରାଯାଇ ଆସୁଛି। ହେଲେ ପ୍ରଶାସନ ପକ୍ଷରୁ ଏଥିପ୍ରତି ଭ୍ରୁକ୍ଷେପ କରାଯାଉନାହଁି। ଫଳରେ ବହୁ ଯୁବକ ମଦ୍ୟପାନ କରି ରାସ୍ତାରେ ପାଟିତୁଣ୍ଡ କରୁଛନ୍ତି। ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିବାରୁ ରୋଗୀ ତଥା ରୋଗୀଙ୍କ ପରିବାର ଲୋକେ ବହୁତ ହଇରାଣ ହେଉଛନ୍ତି। ରାସ୍ତାରେ ଯା’ଆସ କରୁଥିବା ପଥିକମାନେ ମଧ୍ୟ ଏଥିରୁ ବାଦ୍‌ ପଡୁନାହାନ୍ତି। ମଦ ଦୋକାନକୁ ସେଠାରୁ ହଟାଇବା ପାଇଁ ଜନନୀ ପରିବାର ପକ୍ଷରୁ ମଙ୍ଗଳବାର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ପଦକ୍ଷେପ ଗ୍ରହଣ କରା ନ ଗଲେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ଅନୁଷ୍ଠାନ ପକ୍ଷରୁ ଧାରଣା ଦିଆଯିବ ବୋଲି ଅନୁଷ୍ଠାନର ସଭାପତି ଜ୍ୟୋତ୍ସ୍ନା ମହାନ୍ତି, ସମ୍ପାଦିକା ସଞ୍ଜୁଲତା ସିଂ ପ୍ରମୁଖ ଚେତାବନୀ ଦେଇଛନ୍ତି।

Share