ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତିଙ୍କଠାରୁ ନର୍ସଙ୍କ ଟଙ୍କା ଶୋଷଣ କରୁଥିବା ଅଭିଯୋଗ: ସ୍ଥାୟୀ ସମାଧାନ ନ ହେଲେ ଆନ୍ଦୋଳନ ଚେତାବନୀ

ବାଲେଶ୍ୱେର ଅଫିସ, ୧୭।୫: ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ନର୍ସମାନେ ବିଭିନ୍ନ ସମୟରେ ପ୍ରସୂତିମାନଙ୍କଠାରୁ ବେଆଇନ ଟଙ୍କା ଶୋଷଣ କରୁଥିବା ଅନେକଥର ଅଭିଯୋଗ ହୋଇଆସୁଛି। ତେବେ ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉ ନ ଥିବା ବେଳେ ନର୍ସମାନଙ୍କୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହୋଇଛି। ଏନେଇ ଶୁକ୍ରବାର ବିଭିନ୍ନ ସଂଘର କର୍ମକର୍ତ୍ତା ଜିଲା ଚିକିତ୍ସା ଅଧିକାରୀ ଡା. ରଞ୍ଜନ କୁମାର ପତିଙ୍କୁ ଏହାର ସ୍ଥାୟୀ ସମାଧାନ ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ତେବେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହି ଘଟଣାର ସମାଧାନ ନ ହେଲେ ଲୋକେବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତିଙ୍କଠାରୁ ନର୍ସଙ୍କ ଟଙ୍କା ଶୋଷଣ କରୁଥିବା ଅଭିଯୋଗ: ସ୍ଥାୟୀ ସମାଧାନ ନ ହେଲେ ଆନ୍ଦୋଳନ ଚେତାବନୀ
ବାଲେଶ୍ୱେର ଅଫିସ, ୧୭।୫: ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ନର୍ସମାନେ ବିଭିନ୍ନ ସମୟରେ ପ୍ରସୂତିମାନଙ୍କଠାରୁ ବେଆଇନ ଟଙ୍କା ଶୋଷଣ କରୁଥିବା ଅନେକଥର ଅଭିଯୋଗ ହୋଇଆସୁଛି। ତେବେ ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉ ନ ଥିବା ବେଳେ ନର୍ସମାନଙ୍କୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହୋଇଛି। ଏନେଇ ଶୁକ୍ରବାର ବିଭିନ୍ନ ସଂଘର କର୍ମକର୍ତ୍ତା ଜିଲା ଚିକିତ୍ସା ଅଧିକାରୀ ଡା. ରଞ୍ଜନ କୁମାର ପତିଙ୍କୁ ଏହାର ସ୍ଥାୟୀ ସମାଧାନ ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ତେବେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହି ଘଟଣାର ସମାଧାନ ନ ହେଲେ ଲୋକେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।