ବାଲେଶ୍ୱର ସରକାରୀ ମେଡିକାଲ କଲେଜ କ୍ରିୟା ଅନୁଷ୍ଠାନ କମିଟିର ସାଂଗଠନିକ ସମ୍ମିଳନୀ

ବାଲେଶ୍ୱର ଅଫିସ,୧୮।୫: ବାଲେଶ୍ୱର ସରକାରୀ ମେଡିକାଲ କଲେଜ କ୍ରିୟା ଅନୁଷ୍ଠାନ କମିଟିର ସାଂଗଠନିକ ସମ୍ମିଳନୀ ଶନିବାର ପୂର୍ବାହ୍ନରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଗୃହ ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସଭାପତି ଅନନ୍ତ ପ୍ରଧାନ ସଭାପତିତ୍ୱ କରି ଜିଲାବାସୀଙ୍କ ସ୍ବାସ୍ଥ୍ୟସେବା ଓ ଗମନାଗମନ ସମସ୍ୟା ନେଇ ଆଲୋଚନା କରିଥିଲେ। ଏହି ଅବସରରେ ବ୍ଲକର ସମସ୍ତ ଅଧିକାରୀ ମଧ୍ୟ ଯୋଗଦେଇଥିଲେ।