ବାଲେଶ୍ୱର ସହରରେ ଲାଗିଲା ୬ ସାନିଟାଇଜ ମେଶିନ

ବାଲେଶ୍ୱର ଅଫିସ, ୫।୬: ମହାମାରୀ କରୋନା ଯୋଗୁ ସବୁବର୍ଗର ଲୋକେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତଙ୍କ ହାତପାଣ୍ଠିରୁ ୧୦ଲକ୍ଷ ଟଙ୍କା ବ୍ୟୟବରାଦରେ ସହରରେ ୬ଟି ଅତ୍ୟାଧୁନିକ ସାନିଟାଇଜ ମେଶିନ ଲଗାଯାଇଛି। ପୌରପାଳ ଅଧିକାରୀ ପ୍ରଣୟ ଜେନା ଏହି ମେଶିନଗୁଡିକୁ ଲୋକାର୍ପଣ କରିଥିଲେ। ଏହା ସହରର ଟାଉନ ଥାନା ଛକ, ଷ୍ଟେଶନ, ବସ୍‌ଷ୍ଟାଣ୍ଡ, ଫାଣ୍ଡି ଛକ, ଗୋଳାପୋଖରୀ ନିକଟ ଏବଂ ସଦର ବ୍ଲକ ନିକଟରେ ପ୍ରତିଷ୍ଠା ହେବ। ପ୍ରତ୍ୟେକ ଲୋକ ଏହି ମେଶିନ ଭିତରେ ପଶି ୧୦ ସେକେଣ୍ଡ ପର୍ଯ୍ୟନ୍ତ ସାନିଟାଇଜ ହୋଇପାରିବେ। କାର୍ଯ୍ୟକ୍ରମରେ ବିଧାୟକଙ୍କ ମ୍ୟୁନିସିପାଲଟି ପ୍ରତିନିଧି ସୀତାକାନ୍ତ ସ୍ବାଇଁ, ସଦର ବ୍ଲକ ପ୍ରତିନିଧି ରବିନାରାୟଣ ମହାପାତ୍ର, ନଗର ଭାଜପା ସଭାପତି ଚିତ୍ତରଞ୍ଜନ ପଣ୍ଡା, ବିଧାୟକଙ୍କ ବିଧାନସଭା ପ୍ରତିନିଧି ଗୌରାଙ୍ଗ ଦାସ, ସୁଜିତ ଦେବ, ଯଯାତି ଦାସ, ବିକାଶ ପାଢ଼ୀ, ଲୋକନାଥ ଭୂୟଁ।, ଧୀରଜ ମହାନ୍ତି, କୌଶିକ ଚାନ୍ଦ, ମଣ୍ଟୁ ପେରିୱାଲ, ମନ୍ମୟ ଦାସ, ଅରୁପ ଜେନା, ସଂଯୁକ୍ତା ମହାପାତ୍ର, ସସ୍ମିତା ଚାନ୍ଦ, ଶ୍ରୀୟା ଦାସ, ସୁସ୍ମିତା ପଣ୍ଡା, ଆଶାଲତା ବାଡି, ସସ୍ମିତା ଦାସ, ଅନିତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।