ବାଲ୍ୟ ବିବାହକୁ ବିରୋଧ କରି ଚର୍ଚ୍ଚାରେ ନାବାଳିକା

ବାରିପଦା ଅଫିସ,୨୫।୯: ବାରିପଦା ବ୍ଲକ ଅଞ୍ଚଳର ଜଣେ ୧୩ ବର୍ଷର ନାବାଳିକା ବାଲ୍ୟ ବିବାହକୁ ବିରୋଧ କରି ଚର୍ଚ୍ଚାକୁ ଆସିଛନ୍ତି। ପରିବାର ଲୋକେ ତାଙ୍କ ବିବାହ ପାଇଁ ଯୋଜନା କରୁଥିଲେ। ମାତ୍ର କମ୍‌ ବୟସରେ ବିବାହ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇ ମଙ୍ଗଳବାର ରାତି ୧୨ଟା ସମୟରେ ସେ ଘରୁ ପଳାଇ ଆସି ସ୍ଥାନୀୟ ଅଙ୍ଗନଓ୍ବାଡି କର୍ମୀଙ୍କ ଘରେ ଲୁଚିଥିଲେ। ତାଙ୍କଠାରୁ ସମସ୍ତ କଥା ଶୁଣିବା ପରେ ଅଙ୍ଗନଓ୍ବାଡି କର୍ମୀ ବୁଧବାର ଚାଇଲ୍ଡ ଲାଇନକୁ ଖବର ଦେଇଥିଲେ। ଲକ୍ଷ୍ମୀପୋଷି ପୋଲିସ ସହାୟତାରେ ଚାଇଲ୍ଡ ଲାଇନର ପ୍ରମୋଦ କୁମାର ଚୌଧୁରୀ, ଭାବଗ୍ରାହୀ ଆଚାର୍ଯ୍ୟ ନାବାଳିକାଙ୍କୁ ଉଦ୍ଧାର କରି ଶିଶୁ ମଙ୍ଗଳ ସମିତିରେ ହାଜିର କରାଇଛନ୍ତି। ପରେ ସ୍ଥାନୀୟ ଗୋପବନ୍ଧୁ ବାଳାଶ୍ରମରେ ତାଙ୍କ ରହିବା ଓ ପଢ଼ିବାର ବ୍ୟବସ୍ଥା କରାଯାଇଛି। ଚାଇଲ୍ଡ ଲାଇନ ଦ୍ୱାରା ନାବାଳିକାଙ୍କ ସାହସକୁ ପ୍ରଶଂସା କରାଯାଇଛି।

Share