‘ବାଲ୍ୟ ବିବାହ କରିବୁନି କି କରିବାକୁ ଦେବୁନି’

ଭୁବନେଶ୍ୱର, ୨୩-୧୦(ବ୍ୟୁରୋ) :ନିଜେ ବାଲ୍ୟ ବିବାହ କରିବେ ନାହିଁ କି ଅନ୍ୟମାନଙ୍କୁ କରିବାକୁ ଦେବେନାହିଁ। ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ଆମ ସମାଜରୁ ମୂଳପୋଛ କରିବେ। ବାଲ୍ୟ ବିବାହର କୁପରିଣାମ ସମ୍ପର୍କରେ ଅତି କମ୍‌ରେ ୧୦ କିଶୋର, କିଶୋରୀ, ଯୁବକ, ଯୁବତୀଙ୍କୁ ଜଣାଇବେ ଓ ସ୍ଥାନୀୟ ଅଞ୍ଚଳରେ ସଚେତନତା ସୃଷ୍ଟି ପାଇଁ ପ୍ରୟାସ କରିବେ। କେବଳ ବାଲ୍ୟ ବିବାହ ନୁହେଁ, ଶିଶୁ ଶ୍ରମିକ ପ୍ରଥାକୁ ମଧ୍ୟ ବିରୋଧ କରିବେ। ଏହାକୁ ସମ୍ପୂର୍ଣ୍ଣ ବିଲୋପ କରିବା ଦିଗରେ ସର୍ବଦା ଚେଷ୍ଟା କରିବେ। ଚନ୍ଦ୍ରଶେଖରପୁର ଫେଜ୍‌-୧ ହାଉସିଂବୋର୍ଡ କଲୋନୀସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ଦେଖିବାକୁ ମିଳିଥିଲା କିଛି ଏଭଳି ଦୃଶ୍ୟ। ସିସିଡବ୍ଲୁଡି ଓ ଆକ୍ସନ୍‌ଏଡ୍‌ ପକ୍ଷରୁ ମିଳିତଭାବେ ଆୟୋଜିତ ‘ବାଲ୍ୟ ବିବାହକୁ ନା’- ‘ବିଦ୍ୟାଳୟକୁ ହଁ’ ସମ୍ପର୍କିତ ଅଭିଯାନରେ ଯୋଗଦେଇ କୁନି କୁନି ପିଲାମାନେ ଏଭଳି ପ୍ରତିଜ୍ଞା ନେଇଥିଲେ। ଏହି ଅଭିଯାନକୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଶୁଭାରମ୍ଭ କରିଥିଲେ।

Share