Categories: ଜାତୀୟ

ବାଲ ଠାକରେଙ୍କୁ ମନେପକାଇଲେ ଫଡନବିସ

ମୁମ୍ବାଇ,୨୩।୧: ଶିବସେନାର ପ୍ରତିଷ୍ଠାତା ବାଲ ଠାକରେଙ୍କ ୯୪ତମ ଜନ୍ମ ଜୟନ୍ତିରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଟୁଟଇ୍‌ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସେ ତାଙ୍କ ଟୁଇଟରରେ ଲେଖିଛନ୍ତି, ବାଲ ସାହେବ କଠୋର ସତ, ହେଲେ ତାଙ୍କର ଉତ୍ସାହ ଓ କର୍ମତତ୍ପରତା ସବୁବେଳେ ମନେ ରହିବ। ସେ ଆହୁରି ମଧ୍ୟ ଲେଖିଛନ୍ତି, ହିନ୍ଦୁ ହୃଦୟ ସମ୍ରାଟ ଓ ଶିବସେନା ପ୍ରମୁଖ ବାଲା ସାହେବଙ୍କ ଚିନ୍ତାଧାରା ଆମ ପାଇଁ ସବୁବେଳେ ପଥ ପ୍ରଦର୍ଶକ ହେବ ବୋଲି ସେ କହିଛନ୍ତି। ୨୦୧୨, ନଭେମ୍ବର ୧୨ରେ ବାଲ ଠାକରେଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା। ଠାକରେଙ୍କର ଏକ ବାୟୋପିକ୍‌ ଗତବର୍ଷ ରିଲିଜ୍‌ କରାଯାଇଥିଲା।

Share